Home ଦେଶ ବିଦେଶ  ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପଣ !

 ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପଣ !

0
ଭଦୋଦରା:  ସ୍ୱାଧୀନତା ପରବର୍ତ୍ତୀ ସମୟରେ ଖଣ୍ଡବିଖଣ୍ଡିତ ଭାରତକୁ ଏକାଠି କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୮୨ ମିଟରର ଏହି  ପ୍ରତିମୂର୍ତ୍ତି      ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପଣ କରିଛନ୍ତି।  ଆଜିଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି       ବିଶ୍ୱର ସର୍ବୋଚ୍ଚ ପ୍ରତିମାର ପରିଚୟ ପାଇଲା। ତେବେ ଏହି ମୂର୍ତ୍ତି ଗୁଜରାଟର ରାଜ୍ପିପ୍ଲା ନିକଟରେ ତଥା ନର୍ମଦା ନଦୀ ତଟରେ ଥିବା ଏକ ଦ୍ୱୀପ ସାଧୁବେଟ୍ଠାରେ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ପଟେଲଙ୍କ ଏହି ଭବ୍ୟ ମୂର୍ତ୍ତି ଆଜିଠାରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାବେଳେ   ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଳସରେ ପାଣି ଏବଂ ମାଟି ସହିତ ଜଳାଭିଷେକ କରି ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତି       କୁ ଉନ୍ମୋଚନ କରିଛନ୍ତି। । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲି, ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ମଧ୍ୟ ଯୋଗଦେଇଥିଲେ। ତେବେ ଏହାର ଡିଜାଇନ୍ କରିଛନ୍ତ. ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ପ୍ରାପ୍ତ ରାମ ବନ୍ଜୀ ସୁତାର ।