Home ଦେଶ ବିଦେଶ ଟିଭି ରିମୋର୍ଟ ପାଇଁ ଚାଲିଗଲା ଭଉଣି ଜୀବନ !

ଟିଭି ରିମୋର୍ଟ ପାଇଁ ଚାଲିଗଲା ଭଉଣି ଜୀବନ !

0
ନୂଆଦିଲ୍ଲୀ: ଟିଭି ରିମୋଟ୍ ପାଇଁ ଜଣେ ନାବାଳିକା  ଅତ୍ମହତ୍ୟା କରିଥିବା ଅଭିଯୋଗ। ଏଭଳି ଦୁଖଃଦ ଘଟଣା ଘଟିଛି ଉତ୍ତର ପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ।ସୂଚନା   ମୁତାବକ, ଗତ ବୁଧବାର ସନ୍ଧ୍ୟାରେ ବାପା ମା’ କୌଣସି କାମରେ ବାହାରକୁ ଯାଇଥିଲେ। ତିନି ଭାଇଉଭଣୀ ଘରେ ଥିଲେ।  ଏହି ସମୟରେ ଟିଭି ରିମୋଟ୍କୁ ନେଇ ଏହି ନାବାଳିକା (୧୨) ଓ ତାଙ୍କ ସାନ ଭାଇ (୭)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଟିଭିରେ କୌଣସି ଏକ ଶୋ’ ଦେଖିବାକୁ ନାବାଳିକା ଜଣଙ୍କ ସାନ ଭାଇଙ୍କୁ ରିମୋଟ୍ ମାଗିଥିଲେ। ହେଲେ ସାନ ଭାଇ ରିମୋଟ୍ ଦେଇ ନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବଡ଼ ଭାଇ ଉଭୟଙ୍କୁ ପାଟିତୁଣ୍ଡ ନ କରିବାକୁ କହିଥିଲେ ମଧ୍ୟ ବଡ଼ ଭାଇଙ୍କ କଥା ଦୁଇ ଜଣ ଶୁଣିନଥିଲେ ।  ତା ପରେ ପୁଣି ଥରେ ନାବାଳିକା ଜଣଙ୍କ ତାଙ୍କ ସାନ ଭାଇଙ୍କୁ ରିମୋଟ୍ ମାଗିଥିଲେ। ହେଲେ ସାନ ଭାଇ ରିମୋଟ୍ ଦେବାକୁ ମନା କରି ଦେଇଥିଲେ। ଏଥିରେ ସେ ରାଗି ଯାଇ ସାନ ଭାଇକୁ ଏକ ଚାପୁଡ଼ା ମାରି ଶୋଇବା ଘରକୁ ଚାଲି ଯାଇଥିଲେ।ତେବେ ସାନ ଭାଇ ତାଙ୍କୁ ଶୋଇବା ଘରର କବାଟ ଖୋଲିବାକୁ ବାରମ୍ୱାର କହିଥିଲେ ମଧ୍ୟ ସେ ଖୋଲି ନଥିଲେ। ଏମିତିକି ତାଙ୍କ ପାଟି ମଧ୍ୟ ଆଉ ଶୁଣା ଯାଇ ନଥିଲା। ଏନେଇ ସାନ ଭାଇ ବଡ଼ ଭାଇଙ୍କୁ ଜଣାଇଥିଲେ। ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିବା ବେଳକୁ ନାବାଳିକା ଜଣଙ୍କ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ବଡ଼ ଭାଇ ତାଙ୍କୁ ତୁରନ୍ତ ତଳକୁ ଓହ୍ଲାଇ ବାପାମା’ଙ୍କୁ ଫୋନ୍ କରିଥିଲେ।  ଏହାପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଝିଅ ଅବସ୍ଥା ଗୁରୁତର ଥିଲା। ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ଜାରି ରଖିଛି    ପୁଲିସ୍   ।