Home ଦେଶ ବିଦେଶ ସୁପ୍ରିମକୋର୍ଟଙ୍କ ରାୟ , ୮ ଟାରୁ  ୧୦ ଯାଏ  ବାଣ ପୁଟାଇ ପାରିବେ ସାରା ଦେଶ...

ସୁପ୍ରିମକୋର୍ଟଙ୍କ ରାୟ , ୮ ଟାରୁ  ୧୦ ଯାଏ  ବାଣ ପୁଟାଇ ପାରିବେ ସାରା ଦେଶ !

0
ନୂଆଦିଲ୍ଲୀ :  ପରିବେଶ ପ୍ରଦୂଷଣ ରୋକିବା ପାଇଁ କୋର୍ଟରେ କରାଯାଇଥିଲା ଆବେଦନ । ଏହାକୁ ଦୃଷ୍ଟିରେ ରଖି   ସୁପ୍ରିମକୋର୍ଟ ପ୍ରତୀକ୍ଷିତ ରାୟ ଶୁଣାଇଛନ୍ତି  ।  ଦୀପାବଳୀରେ ବାଣ  ଫୁଟାଯିବ କି ନାହିଁ ଯେଉଁ ବିବାଦ ଲାଗି ରହିଥିଲା ତାହା ଆଜି  ଶେଷ ହୋଇଛି  । ସର୍ବୋଚ୍ଚ ନ୍ୟାୟାଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସତ, କିନ୍ତୁ ଏଥିରେ ସେ କିଛି  ସର୍ତ୍ତ ଲାଗୁ  କରିଛନ୍ତି । ତେବେ କୋର୍ଟ ବାଣ ପୁଟାକୁ ସମୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି ଯେ, ସୀମିତ ଅବଧିରେ ,ଅନୁମୋଦିତ ଅଞ୍ଚଳରେ  ଏବଂ କମ୍ ପ୍ରଦୂଷଣ କରୁଥିବା ବାଣ ପୁଟାଇ ହେବ । କୋର୍ଟ ଦେଇଛନ୍ତି ଅନୁମତି ଦୀପାବଳିରେ କେବଳ  ୮ ଟାରୁ  ୧୦ ଯାଏ  ବାଣ ପୁଟାଇ ପାରିବେ ସାରା ଦେଶ ବାସୀ ।  ସେହିଭଲି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ରାତି ୧୧.୫୫ ରୁ ୧୨.୩୦ ଯାଏ  ବାଣ ପୁଟାଇ ହେବ  । ତାହାସହିତ  କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବିକ୍ରି କରିପାରିବେ ।  କୋର୍ଟ ଆହୁରୀ ମଧ୍ୟ କହିଛନ୍ତି , ସମସ୍ତଙ୍କୁ ସୁହାଇବା ଭଳି ରାୟ ଦିଆଯାଇଛି ।  ବାଣ ଏବେ ଅନଲାଇନ ଷ୍ଟୋରରେ ଉପଲବ୍ଧ ହେବନି । ଯଦି କେହି ସଂସ୍ଥା ଏଭଳି କରିଥାଏ ତେବେ ସେମାନଙ୍କୁ ନିୟମ ଉଲଘଂନ ଅଭିଯୋଗରେ ତାଙ୍କର ୱେବ୍ସାଇଟ୍ ବନ୍ଦ କରିଦିଆଯିବ।  ଅନ୍ୟପଟେ ସାରା ଦେଶରେ ବାଣକୁ ନିଷିଦ୍ଧ ଘୋଷଣା କରିବାକୁ ନେଇ କୋର୍ଟ ଏହି ରାୟରେ କହିଛନ୍ତି, ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ କରାଯାଇଥିବା ‘ରାଇଟ୍ ଟୁ ଲାଇଫ୍’ ଅନୁଯାୟୀ ସାଧାରଣ ଲୋକ ଏବଂ ବାଣ ଉତ୍ପାଦନକାରୀଙ୍କ ଜୀବିକାର କଥା ମଧ୍ୟ ବିଚାର କରିବାକୁ ପଡ଼ିଛି  । ସେପଟେ କୋର୍ଟ କିଛି ବ୍ୟବସାୟୀ ଦିପାବଳୀର ଦିନେ ଦୁଇଦିନ ପୂର୍ବରୁ ବାଣ ବିକ୍ରି ପାଇଁ ମାଗିଥିବା ଅନୁମତିକୁ ଖାରଜ କରିଛନ୍ତି ।