Home ବାଣିଜ୍ୟ ଜୁଲାଇରେ ଟାଟା ମୋଟର୍ସ ଗ୍ଲୋବାଲ ହୋଲସେଲ୍ ୯୨,୬୩୯ ୟୁନିଟ ଛୁଇଁଲା

ଜୁଲାଇରେ ଟାଟା ମୋଟର୍ସ ଗ୍ଲୋବାଲ ହୋଲସେଲ୍ ୯୨,୬୩୯ ୟୁନିଟ ଛୁଇଁଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମୋଟର ନିର୍ମାତା ଟାଟା ମୋଟର୍ସ ଜାଗୁଆର୍ ଲ୍ୟାଣ୍ଡ ରୋଭର ସମେତ ୨୦୧୮ ଜୁଲାଇରେ ଏହାର ଗ୍ଲୋବାଲ୍ ହୋଲସେଲ୍ରେ ୯୨,୬୩୯ ୟୁନିଟ୍ ବିକ୍ରି କରିଥିବାବେଳେ ଏହା ଗତ ୨୦୧୭ ଜୁଲାଇ ବିକ୍ରି ତୁଳନାରେ ୫% କମ୍ ରହିଛି। ସେହିପରି ବ୍ୟବସାୟିକ ଯାନ ସମେତ ଟାଟା ଦାୱେଓ ବର୍ଗର ବିକ୍ରି ୨୦୧୮ ଜୁଲାଇରେ ୪୦, ୪୪୩ ୟୁନିଟ୍ ରହିଛି । ଏହାର ବୃଦ୍ଧି ହାର ୨୦୧୭ ଜୁଲାଇ ତୁଳନାରେ ୨୯% ଅଧିକ ରହିଛି । ସମସ୍ତ ପାସେଞ୍ଜର ଯାନର ବିକ୍ରି ୨୦୧୮ ଜୁଲାଇରେ ୫୨,୧୯୬ ୟୁନିଟ୍ ଥିବାବେଳେ ୨୦୧୭ ଜୁଳାଇ ତୁଳନାରେ ଏହାର ବୃଦ୍ଧି ହାର ୨୨% ରହିଛି । ୨୦୧୮ ଜୁଲାଇରେ ଜାଗୁଆର ଲ୍ୟାଣ୍ଡ୍ ରୋଭର ବିକ୍ରି ୩୫,୦୦୭ ୟୁନିଟ୍ ଥିବାବେଳେ ଜାଗୁଆର ପରିମାଣ ୧୨,୪୨୭ ୟୁନିଟ୍ ରହିଛି । ସେହିପରି ଲ୍ୟାଣ୍ଡ ରୋଭରର୍ସର ବିକ୍ରି ଏହି ସମୟରେ ୨୨,୫୮୦ୟୁନିଟ୍ ରହିଛି । ଏହି ସମୟରେ ଚେରି ଜାଗୁଆର ଲ୍ୟାଣ୍ଡ ରୋଭର ପରିମାଣ ୪,୦୭୬ ୟୁନିଟ୍ ରହିଛି । ଚେରି ଜାଗୁଆର୍ ଲ୍ୟାଣ୍ଡ ରୋଭର ଜାଗୁଆର ଲ୍ୟାଣ୍ଡ ରୋଭର ଏବଂ ଚେରି ଅଟୋମୋବାଇଲସ୍ ମଧ୍ୟରେ ଚୁକ୍ତି ଯୋଗୁ କାର୍ଯ୍ୟ ଜାରି ରଖିଛି ।