Home ଦେଶ ବିଦେଶ ଟିଡ଼ିପି ପାଇଁ ମୁଣ୍ଡବିନ୍ଧାର କାରଣ ମୋଦି

ଟିଡ଼ିପି ପାଇଁ ମୁଣ୍ଡବିନ୍ଧାର କାରଣ ମୋଦି

ହାଇଦ୍ରାବାଦ : ଜାତୀୟ ରାଜନୀତିରେ ମୋଦି ସରକାରଙ୍କ ପାଇଁ ଅଧିକ ମୁଣ୍ଡବିନ୍ଧାର କାରଣ ଯଦି କୌଣସି ଦଳ ହୋଇଥାଏ । ତେବେ ତାହା ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ବ୍ୟତୀତ ଅନ୍ୟ କୌଣସି ଦଳ ନୁହେଁ । ସଦ୍ୟ ଅତୀତରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ସୂତ୍ରଧର ଥିଲା ଏହି ଦଳ । ଦେଶର କେତେକ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତାହାପରେ ହେବ ଲୋକସଭା ନିର୍ବାଚନ । ଏହାର ଯଥେଷ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ନାଇଡୁ ଯେଭଳି ଶବ୍ଦବାଣ ପ୍ରୟୋଗ କରୁଛନ୍ତି, ତାହା ପୂର୍ବରୁ କେବେ ଘଟିନାହିଁ । ମୋଦିଜୀଙ୍କ ରାଜନୀତିରେ ପରିପକ୍ୱତା ଅବଧି କେତେ ତଥା ଦୁର୍ନୀତିର ମୂଳ ଉତ୍ପାଟନ କରିବା ଲାଗି ତାଙ୍କର ପ୍ରତିଶ୍ରୁତି ଗତ ୪ବର୍ଷ ହେବ ଗଲା କୁଆଡ଼େ । କାହିଁ ସେ ଏପରି ନିରବତା ଅବଲମ୍ବନ କରିଛନ୍ତି? ରାଜନୀତିରେ ପରିପକ୍ୱତା ପ୍ରସଙ୍ଗ ଆସିଲେ ଜଣାଶୁଣା ବିଷୟ ମୁଖ୍ୟମନ୍ତ୍ରୀ ପଦ ମୋଦିଜୀ, ନାଇଡୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଘଟିନାହିଁ । ନାଇଡୁ ତାଙ୍କ ଉଦ୍ଦେଶ୍ୟରେ କରିଥିବା ପ୍ରଶ୍ନଗୁଡିକ କେବଳ ତାଙ୍କୁ କାହିଁକି ବିଜେପିକୁ ମଧ୍ୟ ସ୍ତବ୍ଧ କରିବା ଲାଗି ଯଥେଷ୍ଟ । ମୋଦିଜୀ ଯେଉଁସବୁ ପ୍ରତିଶ୍ରୁତି ରଖିଥିଲେ ତାହା ବାସ୍ତବରେ କେତେଦୂର କାର୍ଯ୍ୟକାରୀ ହୋଇଛି । ୱାଇଏସ୍ଆର କଂଗ୍ରେସ ଦଳର ନେତାଙ୍କ ଦୁର୍ନୀତି କାରବାର ପ୍ରତି କାହିଁକି ପ୍ରଧାନମନ୍ତ୍ରୀ ଆଖିବୁଜି ଦଉଛନ୍ତି । ନାଇଡୁ ଜନସେନା ପାର୍ଟିର ସଭାପତି ପବନ କଲ୍ୟାଣଙ୍କୁ ସୁଧା ଛାଡ଼ି ନାହାନ୍ତି । ଅନନ୍ତପୁର ଜିଲ୍ଲାର ବିକାଶ ପାଇଁ ଲଢେଇ କରିବେ ବୋଲି କଲ୍ୟାଣ କହିଥିଲେ ମଧ୍ୟ ବାସ୍ତବରେ ସେ ଏ ଦିଗରେ କେତେ ଅଗ୍ରଗତି କରିଛନ୍ତି ।ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା ପ୍ରସଙ୍ଗରେ ନାଇଡୁ ୟୁଟର୍ଣ୍ଣ ନେଉଥିବା ଦାବି କରାଯାଉଥିବା ଦିଗକୁ ଅଗ୍ରାହ୍ୟ କରନ୍ତି । ବରଂଏହା ତାଙ୍କର ରାଇଟ୍ ଟର୍ଣ୍ଣ ବୋଲି ଦାବି କରନ୍ତି । ଆନ୍ଧ୍ରର ସ୍ୱାର୍ଥ ରକ୍ଷା ପାଇଁ ମୋଦିଜୀଙ୍କ ନିରବତାକୁ ଏହି ନେତା ଆଦୌ ସହ୍ୟ କରିପାରୁନଥିବା ଲକ୍ଷ୍ୟଣୀୟ । ନାଇଡୁଙ୍କ ପକ୍ଷରୁ ଏପରି ଭାବେ ସମାଲୋଚନାର ଉତ୍ତର ବିଜେପି କିପରି ରଖୁଛି । ତାହା ତା’ କଥା ହେଉ ଅବା କାମରେ ସତ୍ୟ ପ୍ରକଟିତ ହେବା ନିଶ୍ଚିତ ।