Home ଦେଶ ବିଦେଶ ମୋଦୀଙ୍କ ଆତିଥ୍ୟ ସ୍ୱୀକାର କଲେନି ଟ୍ରମ୍ପ !

ମୋଦୀଙ୍କ ଆତିଥ୍ୟ ସ୍ୱୀକାର କଲେନି ଟ୍ରମ୍ପ !

0
ଦିଲ୍ଲୀ ; ଆତିଥ୍ୟ ସ୍ୱୀକାର କଲେନି ଡୋନାଲ୍ଡ ଟ୍ରମ୍ପ । ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ନିମନ୍ତେ ଭାରତ ଦେଇଥିବା ନିମନ୍ତ୍ରଣକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନ ଥିବା ବେଳେ ଏ ଭଳି ଖବର ସାମ୍ନାକୁ ଆସିଛି। ନିମନ୍ତ୍ରଣ ଅଗ୍ରାହ୍ୟ କରିବାର କାରଣ ଦର୍ଶାଇବାକୁ ଯାଇ ଟ୍ରମ୍ପ ପ୍ରଶାସନ କହିଛି କି, ଭାରତର ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅନ୍ୟାନ୍ୟ ବହୁ ଜରୁରୀ କାର‌୍ୟ୍ୟକ୍ରମ ରହିଛି । ସେ ସମୟରେ ଟ୍ରମ୍ପ ‘ଷ୍ଟେଟ୍ ଅଫ୍ ଦି ୟୁନିୟନ୍’ ଠାରେ ଭାଷଣ ଦେବାର କାର‌୍ୟ୍ୟକ୍ରମ ରହିଛି।କିନ୍ତୁ ପ୍ରକୃତ କଥା ହେଲା ଯଦି ଭାରତ ରୁଷ୍ ସହ ଏସ୍-୪୦୦ ମିସାଇଲ୍ ସିଷ୍ଟମ କ୍ରୟ କରିବାକୁ ରାଜିନାମାରେ ସ୍ୱାକ୍ଷର କରେ ତେବେ କଟକଣା ଲାଗୁ କରିବ ବୋଲି ନିକଟରେ ସତର୍କ କରାଇଥିଲା ଆମେରିକା । କିନ୍ତୁ ଏ ମାସ ପ୍ରାରମ୍ଭରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସେ ଭଳି ୫ଟି ମିସାଇଲ୍ ଖରିଦ କରିବାକୁ ଭାରତ ଚୁକ୍ତି ସ୍ୱାକ୍ଷର କରିଛି । କେବଳ ଏତିକି ନୁହେଁ ଏହାଛଡ଼ା ଭାରତ ଯଦି ଇରାନ୍ରୁ ତେଲ ଖରିଦ କରିବା ଚାଲୁ ରଖେ ତେବେ ମଧ୍ୟ ଭାରତ ପ୍ରତି କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ୍ ପ୍ରଶାସନ ଧମକ ଦେଇଥିଲା । କିନ୍ତୁ, ଭାରତ ଇରାନରୁ ତେଲ ଖରିଦ କରିବା ଚାଲୁ ରଖିଛି । ଯାହାକି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହଜମ ହୋଇ ନାହିଁ ବୋଲି ମତପ୍ରକାଶ ପାଇଛି। ତେଣୁ ମୋଦିଙ୍କ ଆତିଥ୍ୟକୁ ନା କରିଦେଇଛନ୍ତି ଟ୍ରମ୍ପ ।