Home ବାଣିଜ୍ୟ ଭିଭୋ ପକ୍ଷରୁ ଭି-୧୧ ପ୍ରୋ ସ୍ମାର୍ଟଫୋନ୍ ର ବଜାର ପ୍ରବେଶ

ଭିଭୋ ପକ୍ଷରୁ ଭି-୧୧ ପ୍ରୋ ସ୍ମାର୍ଟଫୋନ୍ ର ବଜାର ପ୍ରବେଶ

ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗର ପ୍ରିଂଟ୍ଯୁକ୍ତ ସ୍ମାର୍ଟଫୋନ୍ ଭି-୧୧ ପ୍ରୋ ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସେପ୍ଟମ୍ବର ୬ତାରିଖ ଠାରୁ ଅଫ୍ ଲାଇନ୍ ଏବଂ ଅନ୍ ଲାଇନ୍ ଚ୍ୟାନେଲ୍ରେ ଉପଲବ୍ଧ ହେଉଛି । ଏଥିରେ ଏଆଇ ପାୱାର କ୍ୟାମେରା ସହିତ ଡୁଆଲ ପିକ୍ସଲେ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ନୂତନ ହାଳୋ ଫୁଲ୍ ଭିୟୁ ଡିସପ୍ଲେ ରହିଛି । ଏହା ଷ୍ଟାରେ ନାଇଟ୍ ଏବଂ ଡ୍ୟାଜେଲିଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି । ଭି-୧୧ ପ୍ରୋ ସ୍ମାର୍ଟଫୋନ୍ର ମୂଲ୍ୟ ୨୫,୯୯୦ ଟଙ୍କା ରହିଛି । ଏହା ଅଫ୍ ଡ୍ନ୍ ସହିତ ଅନ୍ ଲାଇନ୍ ଇ-ଷ୍ଟୋର ଆମାଜନ୍, ଫ୍ଲପ୍ କାର୍ଟ, ପେ ଟିଏମ୍ ମଲ୍, ସ୍ନାପ୍ ଡିଲ୍ରେ ଉପଲବ୍ଧ ହେଉଛି । ଏଚଡିଏଫସି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୨,୦୦୦ଟଙ୍କାର କ୍ୟାସ୍ ବ୍ୟାକ୍, କ୍ୟାପିଟାଲ ଫାଷ୍ଟରେ ୫% କ୍ୟାସ୍ବ୍ୟାକ୍, ପେ ଟିମ୍ ମଲ୍ରୁ କ୍ରୟ କଲେ ୨,୦୦୦ଟଙ୍କାର କ୍ୟାସବ୍ୟାକ୍ ସୁବିଧା ଉପଲବ୍ଧ ହେଉଛି । ସେହିପରି ଏକ୍ସଚେଞ୍ଜ୍ରେ ୨,୦୦୦ଟଙ୍କାର କ୍ୟାସ୍ ବ୍ୟାକ୍, ୬ ମାସ ମଧ୍ୟରେୱାନ୍ ଟାଇମ୍ ସ୍କ୍ରିନି ରିପ୍ଲେସ୍ମେଂଟ୍ ସୁବିଧା । କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ବଜାଜ୍ ଫାଇନାନ୍ସ୍ କାର୍ଡରେ ନୋ କଷ୍ଟ ୧୨ ମାସର ଇଏମ୍ଆଇ ସୁବିଧା, ୬ରୁ୮ ମାସର ବିକ୍ରି ପରର ଗ୍ୟାରେଂଟି । ରିଲାଏନ୍ସ୍ ଜିଓ ପକ୍ଷରୁ ୪,୦୫୦ ଟଙ୍କାର ସୁବିଧା ସହିତ ଭୋଡ଼ାଫୋନ୍ ଗ୍ରାହକଙ୍କୁ ଅତିରିକ୍ତ ଡାଟା ସୁବିଧା ଯୋଗାଇ ଦିଆଯିବ । ଏହି ଅବସରରେ ଭିଭୋ ଇଣ୍ଡିଆର ସିଇଓ କେଂଟ୍ ଚେଙ୍ଗ୍ କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ୨୦୧୫ରେ ଭି-୧ ବଜାର ପ୍ରବେଶ ହୋଇଥିଲା । ଆମ୍ଭେ ନିଶ୍ଚିତ ଯେ, ଏହି ଭି-୧୧ ପ୍ରୋ ସ୍ମାର୍ଟଫୋନ୍ ନୂତନ କ୍ଷେତ୍ର ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ । ଏଭଳି ଏକ ଫୋନ୍ ପ୍ରସ୍ତୁତ କରିଥିବାରୁ ଆମେ ଗର୍ବିତ । ଏଥିରେ ଏଆଇ ପାୱାର ଡୁଆଲ୍ ପିକ୍ସଲେ ସେନସର୍ କ୍ୟାମେରା, ସ୍ନାପ୍ ଡ୍ରାଗନ୍ ଏଆଇଇ ପ୍ରୋସେସର୍ ରହିଛି ।” ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ଡୁଆଲ୍ ପଛ କ୍ୟାମେରା ୧୨ ଏମ୍ପି ଏବଂ ୫ ଏମ୍ପି କ୍ୟାମେରା ଏବଂ ୨୫ ଏମପି ସେଲଫି କ୍ୟାମେରା ରହିଛି । କ୍ଷୀଣ ଆଲୋକସ୍ଥିତିରେ ମଧ୍ୟ ଏହା ଭଲ ଫଟୋ ଉଠାଇବାକୁ ସକ୍ଷମ ହେବ । ଏଥିରେ ଜୋଭି ସ୍ମାର୍ଟ ସିନ୍ ପାଇଁ ଗୁଗୁଲ ଲେନ୍ସ ସୁବିଧା ରହିଛି । ଏଥିରେ ଏଆଇ ପାୱାର ଡୁଆଲ୍ ପିକ୍ସଲେ ସେନସର୍ କ୍ୟାମେରା, ସ୍ନାପ୍ ଡ୍ରାଗନ୍ ଏଆଇଇ ପ୍ରୋସେସର୍ , ୬ଜିବି ରାମ୍, ୬୪ ଜିବି ରମ୍, ଫନଟଚ୍ ଓଏସ୍ ୪.୫, ଆଣ୍ଡ୍ରଏଡ୍ ୮.୧, ଭିଭୋ ଜୋଭି ଏଆଇ ଇଞ୍ଜିନ୍ ଆଦି ରହିଛି । ଏଥିରେ ୧୬.୨୮ ସେମି ଫୁଲ୍ ଏଚଡି ସ୍କ୍ରିନ୍ ଡିସ୍ପ୍ଲେ ରହିଛି । ୧୯.୫:୯ ରେସିଓ । ଆମଲୋଏଡ୍ ହାଲୋ ଫୁଲ୍ ଭିୟୁ ବୈଶିଷ୍ଟ୍ୟ, ୯୧.୨୭% ସ୍କ୍ରିନ୍ ଟୁ ବଡ଼ି ରେସିଓ, ଅଲ୍ଟ୍ରା ଥିନ୍ ୧.୭୬ ଏମଏମ ବେଜଲ୍ ଆଦି ସୁବିଧା ରହିଛି । ଏହା ୧,୦୨୪ ପେସିଆଲ ଫିଚର ପଏଂଟ ଯୁକ୍ତ । ଫଳରେ ଅନ୍ଧାରରେ ମଧ୍ୟ ଏହା ତତ୍କ୍ଷଣାତ୍ ଅନ୍ ଲକ୍ ହୋଇ ପାରିଥାଏ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଗ୍ରେଟର ନୋଏଡାଠାରେ ରହିଛି । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ଟତି କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି ।