Home Uncategorized ସଙ୍କଟ ଆଡ଼କୁ ଗତିକରୁଛି ବିଶ୍ୱ ଅର୍ଥନୀତ

ସଙ୍କଟ ଆଡ଼କୁ ଗତିକରୁଛି ବିଶ୍ୱ ଅର୍ଥନୀତ

ଧିରେଧିରେ ବିଶ୍ୱ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି । ଏହି ସତର୍କବାଣୀ ଶୁଣାଇଛନ୍ତି ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଗର୍ଡ଼ନ ବ୍ରାଉନ୍ । ଗତ ଦଶନ୍ଧି ଧରି ଦେଶଗୁଡ଼ିକ ତ୍ରୁଟିପୂର୍ଣ୍ଣ ଅର୍ଥ ବ୍ୟବସ୍ଥାକୁ ସଜାଡୁ ନଥିବାରୁ ଆଗାମୀ ଦିନରେ ଆର୍ଥିକ ସଙ୍କଟ ଅବଶ୍ୟମ୍ଭାବୀ ବୋଲି ଗର୍ଡ଼ନ କହିଛନ୍ତି । ତାଙ୍କ ମତରେ ବିଶ୍ୱ ଏବେ ନେତାଶୂନ୍ୟ । ନେତୃତ୍ୱବିହୀନ ଦେଶରେ ଅରାଜକତା ବୃଦ୍ଧି ପାଇବା ଫଳରେ ତାହାର ପ୍ରଭାବ ସାରାବିଶ୍ୱ ଉପରେ ପଡ଼ୁଛି । ବିଶ୍ୱବାସୀ ଏବେ କଚ୍ଛପଗତିରେ ଆର୍ଥିକ ସଙ୍କଟ ଆଡ଼କୁ ମାଡ଼ି ଚାଲିଛନ୍ତି । ବିଗତ ବର୍ଷରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇ ବହୁ ବିକଶିତ ରାଷ୍ଟ୍ର ଆଣ୍ଠେଇ ପଡ଼ିଥିବାର ଉଦାହରଣ ଦେଖିବାକୁ ମିଳିଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକ ଆର୍ଥିକ ମାନ୍ଦାବସ୍ଥାକୁ ମୁକାବିଲା କରିବାର ପନ୍ଥା ଅବଲମ୍ବନ କରୁନାହାନ୍ତି । ଛୋଟଛୋଟ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ବୃହତ୍ତର ଆଡ଼କୁ ଅଗ୍ରସର ହେଉଛନ୍ତି । ଏହାର ଫଳାଫଳ ଆମ ସମସ୍ତଙ୍କୁ ଭୋଗିବାକୁ ହେବ ବୋଲି ବ୍ରାଉନ୍ ପୂର୍ବାନୁମାନ କରିଛନ୍ତି । ନିଜର ଯୁକ୍ତିକୁ ବଳିଷ୍ଠ କରିବାକୁ ଯାଇ ସେ ଯୁକ୍ତରାଷ୍ଟ୍ର ଆମେରିକାର ଲେହମାନ ବ୍ରଦର୍ସ ବ୍ୟାଙ୍କର ଅଚଳାବସ୍ଥାକୁ ଦାୟୀ କରିଥିଲେ । ଏତେବଡ଼ ବ୍ୟାଙ୍କ ଭୁଶୁଡ଼ିବା ପଛରେ ଦୁର୍ବଳ ଅର୍ଥନୀତି ଦାୟୀ ଥିଲା । ଗର୍ଡ଼ନ ବ୍ରାଉନ ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ଉପଭୋକ୍ତାଙ୍କ ପ୍ରତି ବ୍ୟାଙ୍କ କର୍ମଚାରୀଙ୍କ ଅହଙ୍କାରପୂର୍ଣ୍ଣ ଆଚରଣ ବ୍ୟାଙ୍କ ବ୍ୟବସାୟକୁ କ୍ଷତିଗ୍ରସ୍ତ କରୁଛି । ବ୍ୟାଙ୍କ କର୍ମଚାରୀଙ୍କ ଆଚରଣରେ ସଂଯମତା ରକ୍ଷା ପାଇଁ କୌଣସି ଦେଶର ସରକାର ଆଇନ ପ୍ରଣୟନ କରୁ ନଥିବାରୁ ଗର୍ଡ଼ନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ବ୍ୟାଙ୍କ ବ୍ୟବସାୟକୁ କ୍ଷତିଗ୍ରସ୍ତ କରୁଥିବା କର୍ମଚାରୀଙ୍କଠାରୁ ଜୋରିମାନା ଆଦାୟ କରାଯିବା ଉଚିତ୍ । ଏପରି ହେଲେ କର୍ମଚାରୀଙ୍କ ଆଚରଣ ଶୃଙ୍ଖଳାଜ୍ଞାନ ରହିବ ।